Advertisement
trendingPhotos746515
photoDetails1hindi

କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

WHO ମୁଖ୍ୟ କହିଛନ୍ତି ଯେ, ଏହି ସମୟରେ ସମଗ୍ର ବିଶ୍ୱ ପାକିସ୍ତାନଠାରୁ ଶିଖିବା ଆବଶ୍ୟକ । WHO ମୁଖ୍ୟ ତାଙ୍କର ଏକ ବୟାନରେ କୋରୋନା (Coronavirus) ସହିତ ଲଢ଼େଇରେ ପାକିସ୍ତାନ ସରକାରଙ୍କ ରଣନୀତିକୁ ସମର୍ଥନ କରିଛନ୍ତି । 

1/12

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଏହି ସମୟରେ କୋରୋନା ମୁକାବିଲା ପାଇଁ ସମସ୍ତ ଦେଶ ନିଜ ନିଜ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷେ କୋରୋନା ଭୂତାଣୁ (Coronavirus) ଉପରେ ନିୟନ୍ତ୍ରଣକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ବଡ଼ ଚର୍ଚ୍ଚା ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ (Tedros Adhanom) ଭାରତର ପଡୋଶୀ ଦେଶ ପାକିସ୍ତାନ (Pakistan) ର ପ୍ରଶଂସା କରିବାକୁ ନିଜକୁ ଅଟକାଇ ପାରିଲେ ନାହିଁ ।

2/12

WHO ମୁଖ୍ୟ କହିଛନ୍ତି ଯେ, ଏହି ସମୟରେ ସମଗ୍ର ବିଶ୍ୱ ପାକିସ୍ତାନଠାରୁ ଶିଖିବା ଆବଶ୍ୟକ । WHO ମୁଖ୍ୟ ତାଙ୍କର ଏକ ବୟାନରେ କୋରୋନା ସହିତ ଲଢ଼େଇରେ ପାକିସ୍ତାନ ସରକାରଙ୍କ ରଣନୀତିକୁ ସମର୍ଥନ କରିଛନ୍ତି । ଯେଉଁଠାରେ କୋଭିଡ-19 (COVID-19) ସହିତ ମୁକାବିଲା ପାଇଁ ବହୁ ବର୍ଷ ପୂର୍ବେ ଗଢ଼ାଯାଇଥିବା ପୋଲିଓ ଭିତ୍ତିଭୂମିର ସହାୟତା ନିଆଯାଇଛି । 

3/12

ସେ ମଧ୍ୟ ଘରେ ଘରେ ଯାଇ ଶିଶୁଙ୍କୁ ପୋଲିଓ ଭ୍ୟାକ୍ସିନ ଦେଉଥିବା ପାକିସ୍ତାନର କମ୍ୟୁନିଟି ହେଲଥ ୱାର୍କର୍ସଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ପାକିସ୍ତାନରେ ଏହାର ବ୍ୟବହାର ସର୍ଭିଲାନ୍ସ,, ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଯାଞ୍ଚ ଏବଂ ଲୋକଙ୍କ ଯତ୍ନ ପାଇଁ କରାଯାଇଛି । ଫଳସ୍ୱରୂପ, ଦେଶରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ତୀବ୍ର ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO

4/12

ଅନେକ ଦେଶ ମଧ୍ୟ କୋରୋନା ଭୂତାଣୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି । କାରଣ ଏହି ଦେଶଗୁଡିକ ମଧ୍ୟରୁ ଅନେକ ପୂର୍ବରୁ SARS, MERS, ମିଳିମିଳା, ପୋଲିଓ, ଇବୋଲା, ଫ୍ଲୁ ଭଳି ଅନେକ ରୋଗର ମୁକାବିଲା କରିବାରେ ପାରଙ୍ଗମ ଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ୱତନ୍ତ୍ର ସହାୟକ ଡକ୍ଟର ଜାଫର ମିର୍ଜା ମଧ୍ୟ ଆଧନୋମଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପାକିସ୍ତାନର ଏହି ଉଦ୍ୟମ ବହୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି ।

5/12

WHO ମୁଖ୍ୟ ପାକିସ୍ତାନ ବ୍ୟତୀତ ଆହୁରି ଅନେକ ଦେଶର ପ୍ରଶଂସା କରିଛନ୍ତି । ଯେଉଁମାନେ ଏହି ଭୂତାଣୁର ମୁକାବିଲା କରିବାରେ ସଫଳ ହୋଇଛନ୍ତି । ଏହି ତାଲିକାରେ ସେ ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ କୋରିଆ, ରୱାଣ୍ଡା, ସେନେଗାଲ, ଇଟାଲୀ, ସ୍ପେନ୍ ଏବଂ ଭିଏତନାମ ଭଳି ଦେଶକୁ ସ୍ଥାନ ଦେଇଛନ୍ତି । ଜାଫର ମିର୍ଜା ଏକ ଟ୍ୱିଟରେ ଲେଖିଛନ୍ତି ଯେ, WHO ମହାନିର୍ଦ୍ଦେଶକ ପାକିସ୍ତାନକୁ ଯେଉଁ ୭ଟି ଦେଶ ମଧ୍ୟରେ ଗଣନା କରିଛନ୍ତି, ଯେଉଁଠାରୁ ଭବିଷ୍ୟତରେ ସମଗ୍ର ବିଶ୍ୱ କୋରୋନା ସହ ଲଢ଼ିବାର ଶିକ୍ଷା ନେବା ଉଚିତ୍ । ସେ ନିଜ ଟ୍ୱିଟରେ ପାକିସ୍ତାନର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ:-'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

6/12

ଇସଲାମାବାଦର ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ (DHO) ର ଏକ ସ୍ୱାସ୍ଥ୍ୟ ଦଳ ସେପ୍ଟେମ୍ବର ୧୫ରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ କୋରୋନା ଭାଇରସ୍ ପରୀକ୍ଷା କରୁଛି । DHO ର ଜଣେ ବରିଷ୍ଠ ଅଧିକାରୀ ଗଲ୍ଫ ନ୍ୟୁଜକୁ କହିଛନ୍ତି ଯେ ବିଦ୍ୟାଳୟ, ସରକାରୀ କ୍ଷେତ୍ର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ସେମାନଙ୍କ ଟାର୍ଗେଟରେ ରହିବେ ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା

7/12

ଶିକ୍ଷା ନିର୍ଦ୍ଦେଶାଳୟ ଅନ୍ତର୍ଗତ ଛୋଟ-ବଡ଼ ମୋଟ ୪୨୩ଟି ବିଦ୍ୟାଳୟ ଅଛି । ସେପ୍ଟେମ୍ବର ୧୫ରୁ କେବଳ ନବମ ଓ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଖୋଲୁଥିବାରୁ କୋରୋନା ଭୂତାଣୁ ଯାଞ୍ଚ ଏବଂ ପ୍ରତିରୋଧ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି । ଦେଶର ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୨୩ରୁ ଖୋଲିବ । ପ୍ରାଥମିକ ବିଦ୍ୟାଳୟକୁ ସେପ୍ଟେମ୍ବର ୩୦ରୁ ସବୁଜ ସଙ୍କେତ ମିଳିବ ।

8/12

ଶିକ୍ଷା ନିର୍ଦ୍ଦେଶାଳୟ କହିଛି ଯେ, ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ କୋଭିଡ-19 ପରୀକ୍ଷା ପ୍ରକ୍ରିୟା ଶେଷ ହେବ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ପରେ ପାକିସ୍ତାନରେ ଏପର୍ଯ୍ୟନ୍ତ ମୋଟ ୫,୩୭୦ ଜଣଙ୍କର ମୃତ୍ୟୁ ଘଟିଛି ।

9/12

ପୂର୍ବାପେକ୍ଷା ପାକିସ୍ତାନର ସ୍ଥିତିରେ ସୁଧାର ଆସିଛି । ଜୁଲାଇ ମଧ୍ୟଭାଗ ପୂର୍ବରୁ ଏହି ଦେଶ ସ୍ପେନ ଓ ଇରାନର ଦକ୍ଷିଣ ଏସୀୟ ଭର୍ଜନରେ ପରିଣତ ହେବାକୁ ଯାଉଥିଲା । ପ୍ରାରମ୍ଭରେ କୋରୋନା ଭୂତାଣୁ ଯୋଗୁଁ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ରୋଗୀମାନଙ୍କୁ ଭର୍ତ୍ତି କରିବା ପାଇଁ ହସ୍ପିଟାଲଗୁଡ଼ିକରେ କୌଣସି ଖାଲି ସ୍ଥାନ ନଥିଲା ।

10/12

ଏପରି ଏକ ସମୟ ଥିଲା ଯେତେବେଳେ ପାକିସ୍ତାନର ପାରାମେଡିକ୍ସ ସହାୟତା ପାଇଁ ନିବେଦନ କରୁଥିଲେ । କେନ୍ଦ୍ର ଓ ପ୍ରଦେଶର ନୀତି ଯୋଜନାକାରୀମାନେ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଆଶଙ୍କା କରୁଥିଲେ । ସଂଗୀତଜ୍ଞ, ରାଜନୈତିକ ନେତା, ଲେଖକ, ଡାକ୍ତର, ଶିକ୍ଷକ ଏବଂ ସୈନିକଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ସାଧାରଣ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରିବା ଆରମ୍ଭ କରିଥିଲେ । ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଦ୍ରବ୍ୟ ଏବଂ ସେବା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

11/12

କିନ୍ତୁ ଜୁନ୍ ମଧ୍ୟଭାଗରୁ ଜୁଲାଇ ମଧ୍ୟଭାଗ ମଧ୍ୟରେ ୪୦ ଦିନ ମଧ୍ୟରେ ହଠାତ୍ ବାୟୁରେ ବାଷ୍ପ ପରି ଭୂତାଣୁ ଅଦୃଶ୍ୟ ହେବାକୁ ଲାଗିଲା । ଦୈନିକ ସଂକ୍ରମଣ ମାମଲା, ସକ୍ରିୟ ମାମଲା ଏବଂ ମୃତ୍ୟୁ ସଂଖ୍ୟା ଉପରକୁ ଯିବା ପରେ ହଠାତ୍ ହ୍ରାସ ପାଇଥିଲା । ସୁସ୍ଥ ହାରରେ ମଧ୍ୟ ଦ୍ରୁତ ଉନ୍ନତି ଆସିଥିଲା । ଜୁନ୍ ୧୩ରେ ପାକିସ୍ତାନରେ ୬,୮୨୫ ନୂତନ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଗତ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣର ଗତି ଏବଂ ମୃତ୍ୟୁ ହାର ବହୁତ ନିୟନ୍ତ୍ରିତ ହୋଇଛି ।

12/12

ପାକିସ୍ତାନ ଚୀନର ଘନିଷ୍ଠ ବନ୍ଧୁ ଭାବରେ ବେଶ ଜଣାଶୁଣା । ମହାମାରୀ ଆରମ୍ଭରୁ ଚୀନ ପାକିସ୍ତାନକୁ ବହୁତ ସାହାଯ୍ୟ କରିଥିଲା । ଯେତେବେଳେ କୋରୋନା ମହାମାରୀକୁ ନେଇ ଚୀନ ସମାଲୋଚନାର ସମ୍ମୁଖୀନ ହେଉଥିଲା, ପାକିସ୍ତାନ ମଧ୍ୟ ଏହାର ସମର୍ଥନରେ ଦୃଢ଼ ଭାବରେ ଠିଆ ହୋଇଥିଲା । ପାକିସ୍ତାନ ଏବଂ କାମ୍ବୋଡିଆ ହେଉଛି ଦୁଇ ଦେଶ ଯେଉଁମାନେ ଆବଶ୍ୟକ ସମୟରେ ଚୀନ ସହ ଏକତା ଦେଖାଇବାକୁ ୱୁହାନରୁ ନିଜ ନାଗରିକଙ୍କୁ ଡାକିନଥିଲେ । ଫେବୃଆରୀରେ ଚୀନ୍‌କୁ ସମର୍ଥନ କରି ପାକିସ୍ତାନ ମଧ୍ୟ ସଂସଦରେ ଏକ ସଂକଳ୍ପ ପାରିତ କରିଥିଲା ।

ट्रेन्डिंग फोटोज़